ଭାବର ଠାକୁର

ଓଡ଼ିଆ ସାହିତ୍ୟ

ଭାବର ଠାକୁର
ଶେଷରେ କାଳିଆ ତୋ ଭାବ ରଖିଲୁ ଭକତଙ୍କ ଭାବଜାଣି। ସମସ୍ତଙ୍କ ମନଦୁଃଖ ହୋଇଥିଲା ରଥ ନ ଗଡିବ ଜାଣି। ଶେଷ ମୁହୂର୍ତରେ ବଦଳାଇଦେଲୁ ସୁପ୍ରିମକୋର୍ଟ ର ଆଦେଶ। ଭକ୍ତଙ୍କର ହୃଦେ ଉତ୍ସାହ ଖେଳିଲା ମନେ ଯା ଥିଲା ବିରସ। ଜଗତର ନାଥ ଳିଳା ତୋ ସାଆନ୍ତ କରି ତୁ କରାଉଥାଉ। ମଣିଷ ହାତରେ ଏତେ ଶକ୍ତିକାହିଁ ରୋକିଦେବ ମହାବାହୁ। କରୋନା ବିପତ୍ତି ଦେଇଛି ବିଗାଡି ଆସିଛି ଘୋର ଦୁର୍ଦିନ। ଏକା ତୁହି ପ୍ରଭୁ ସଜାଡି ପାରିବୁ ଫେରିବ ପୁରୁଣା ଦିନ। ରଥ ଯାତ କରି ବଡଦାଣ୍ଡେ ଆସି ଦେଇଯା ତୋ ଦରଶନ। କରୋନାକୁ ନାଶ ଯାତ୍ରାର ଆଳରେ କର ପୃଥ୍ବୀର କଲ୍ୟାଣ। ଜଗତର ନାଥ ନାଆଁ ତୋ ସାଆନ୍ତ ବିଦେଶେ ପଡିଛି ହୁରି। ଏ ବିପଦ ନାଶି ଦେଖାଇଦେ ଜଗା କେତେ ତୋର ବାହାଦୁରି।

What's Your Reaction?

like

dislike

love

funny

angry

sad

wow